ବ୍ରହ୍ମପୁର ରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ ଙ୍କ ପ୍ରତିଶ୍ରୁତି

ବ୍ରହ୍ମପୁର ରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ ଙ୍କ ପ୍ରତିଶ୍ରୁତି

ବ୍ରହ୍ମପୁରରେ ୩୦୦୦ ମିଟର ରନୱେ ସହ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ଯଥାଶୀଘ୍ର କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ କେ ରାମମୋହନ ନାଇଡୁ ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍,ଇଚ୍ଛାପୁର ଜୁଏଲାରୀ ଆସୋସିଏସନ୍ ଓ ଚାମ୍ବର ଅଫ କମର୍ସର ସଦସ୍ୟ ମଣ୍ଡଳୀକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ରାଜ୍ୟ ସରକାରଙ୍କ ସହ ଏହି ସମ୍ଵନ୍ଧରେ ଯଥାଶୀଘ୍ର ଆଲୋଚନା ପରେ ତାଙ୍କରି ବିଭାଗ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ନାଇଡୁ କହିଥିଲେ। ଏହି ସମନ୍ଧରେ ଏକ ଦାବିପତ୍ର ମନ୍ତ୍ରୀ ମହୋଦୟ ଙ୍କୁ ଓଡ଼ିଶା ଡେଭଲପମେଣ୍ଟଫୋରମ- ବ୍ରହ୍ମପୁର, ଇଚ୍ଛାପୁର, ପଲାସା, ପାରଳା ର ଅନେକ ସଂଗଠନ ର କାର୍ଯ୍ୟକର୍ତ୍ତା ଇଚ୍ଛାପୁର, ଆନ୍ଧ୍ର ପ୍ରଦେଶ ଠାରେ ପ୍ରଦାନ କରିଥିଲେ।
ଦାବିପତ୍ରରେ, ୩୦୦୦ ମିଟର ରନୱେ ସହ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାର୍ଯ୍ୟ ଯଥାଶୀଘ୍ର ସାରିବା, ଏହାକୁ ଡି.ଜି.ସି.ଏ ଅନୁମତି ପ୍ରଦାନ କରିବା, ଏହାର ନାଁ କୁ ବ୍ରହ୍ମପୁର ବିମାନ ବନ୍ଦର (ରଙ୍ଗେଇଲୁଣ୍ଡା) କରିବା, ସ୍କେଡୁଲ ବିମାନ ସେବା ଆରମ୍ଭ କରିବା, ବ୍ରହ୍ମପୁର ଠାରୁ କଲିକତା, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ବିଶାଖାପାଟଣା, ଦିଲ୍ଲୀ, ମୁମ୍ବାଇ, ସୁରଥ, ଅହମଦାବାଦ ପ୍ରଭୃତି ପ୍ରମୁଖ ସହରକୁ ନିୟମିତ ବିମାନ ଚଳାଚଳ କରିବା, ଡୋମେଷ୍ଟିକ ଓ କାର୍ଗୋ ବନ୍ଦର ଭାବେ ଏହାର ବିକାଶ କରିବାକୁ ଏହି ଅବସରରେ ଦାବି କରଯାଇଥିଲା।

Comments

Popular posts from this blog

'Odisha Development Forum' virtual meeting held for establishment of Berhampur Airport