Now Gopalpur Port is emerging as a mega Sea Port in East-Coast of India
ଗୋପାଳପୁର ବନ୍ଦର କୁ ସବୁ ଦିନିଆ ବନ୍ଦର ରେ ପରିବର୍ତ୍ତନ କରିବା ପାଇଁ ଗତ ୩୦ ବର୍ଷଧରି ହୋଇଥିବା ବ୍ୟାପକ ପ୍ରୟାସ ଶେଷରେ ଖୁସି ଆଣିଛି I
ନାନା ଘାତ ପ୍ରତିଘାତ ମଧ୍ୟରେ ଗତି କରିବା ପରେ ଅନ୍ତତଃ ସାପୁରଜୀ ପାଲୋନଜୀ ଦ୍ୱାରା ଏହାର ବର୍ଥ ସଂଖ୍ୟା ୩ କୁ ବୃଦ୍ଧି କରାଯିବା ଓ ଆଉ ୪ ଟି ବର୍ଥ ପାଇଁ ଚାଲିଥିବା କାମ ଯୋଗୁଁ ଏହା ପୂର୍ବ ଉପକୂଳ ର ଏକ ପ୍ରମୁଖ ବନ୍ଦର ହୋଇ ପାରିଛି I
ଗତ କିଛି ମାସ ମଧ୍ୟରେ ବଢି ଥିବା ଟ୍ରାଫିକ ଓ ହଜାର ହଜାର ଟ୍ରକ ରାତି ଦିନ ରୋଡ ରେ ଲାଗି ରହୁଥିବା ଯୋଗୁଁ ଆଖ ପାଖ ର ଗ୍ରାମବାସୀ, ଛତ୍ରପୁର ଓ ବ୍ରହ୍ମପୁର ଆସୁଥିବା ଯାତ୍ରୀ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, କିନ୍ତୁ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହୋଇଥିବା ଉଡ଼ନ୍ତା ସଡକ ଓ ନୂତନ ରାସ୍ତା ର ସଂକୁଳ ଏହି ସମସ୍ୟା ର ସ୍ଥାଇ ସମାଧାନ କରିବ I
କିନ୍ତୁ ଏହି ଟ୍ରାଫିକ ପରିସ୍ଥିତି ଓ ପୋର୍ଟ ଭେସଲ ଟ୍ରାଫିକ କୁ ଦେଖି ପୂର୍ବ ବର୍ଷ ର ଆନ୍ଦୋଳନ କଥା ମନେ ପଡୁଛି ଓ ଶେଷରେ ସଫଳତା ଦେଖି ମନକୁ ଆନନ୍ଦ ମିଳୁଛି I
ଗତ ଦିନରେ ଆପ୍ରାଣ ଉଦ୍ୟମ କରିଥିବା ବ୍ୟକ୍ତି ସେ Prof. Prahalad Panda, En. Dayanidhi Sahu ହୁଅନ୍ତୁ ବା ଅନ୍ୟ କିଛି, ସେମାନଙ୍କ ମଧ୍ୟରୁ ଅନେକ ଆମ ସହିତ ଆଜି ନାହାନ୍ତି, ଯଦି ଥାନ୍ତେ ସେମାନଙ୍କ ଖୁସି ର ସୀମା ରହି ନଥାନ୍ତା I
ଗୋପାଳପୁର ବନ୍ଦର ଦକ୍ଷିଣ ଓଡିଶା ପାଇଁ ବିକାଶ ର ରାସ୍ତା ଖୋଲୁ ଓ ଏଠିକାର ବେକାର ଯୁବକ ଯୁବତୀ ଙ୍କୁ ବ୍ୟାପକ କର୍ମ ସଂସ୍ଥାନ ମିଳୁ ଏହା ହିଁ ଆଶା I
Comments
Post a Comment