Now Gopalpur Port is emerging as a mega Sea Port in East-Coast of India

ଗୋପାଳପୁର ବନ୍ଦର କୁ ସବୁ ଦିନିଆ ବନ୍ଦର ରେ ପରିବର୍ତ୍ତନ କରିବା ପାଇଁ ଗତ ୩୦ ବର୍ଷଧରି ହୋଇଥିବା ବ୍ୟାପକ ପ୍ରୟାସ ଶେଷରେ ଖୁସି ଆଣିଛି I 
ନାନା ଘାତ ପ୍ରତିଘାତ ମଧ୍ୟରେ ଗତି କରିବା ପରେ ଅନ୍ତତଃ ସାପୁରଜୀ ପାଲୋନଜୀ ଦ୍ୱାରା ଏହାର ବର୍ଥ ସଂଖ୍ୟା ୩ କୁ ବୃଦ୍ଧି କରାଯିବା ଓ ଆଉ ୪ ଟି ବର୍ଥ ପାଇଁ ଚାଲିଥିବା କାମ ଯୋଗୁଁ ଏହା ପୂର୍ବ ଉପକୂଳ ର ଏକ ପ୍ରମୁଖ ବନ୍ଦର ହୋଇ ପାରିଛି I 
ଗତ କିଛି ମାସ ମଧ୍ୟରେ ବଢି ଥିବା ଟ୍ରାଫିକ ଓ ହଜାର ହଜାର ଟ୍ରକ ରାତି ଦିନ ରୋଡ ରେ ଲାଗି ରହୁଥିବା ଯୋଗୁଁ ଆଖ ପାଖ ର ଗ୍ରାମବାସୀ, ଛତ୍ରପୁର ଓ ବ୍ରହ୍ମପୁର ଆସୁଥିବା ଯାତ୍ରୀ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, କିନ୍ତୁ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହୋଇଥିବା ଉଡ଼ନ୍ତା ସଡକ ଓ ନୂତନ ରାସ୍ତା ର ସଂକୁଳ ଏହି ସମସ୍ୟା ର ସ୍ଥାଇ ସମାଧାନ କରିବ I 
କିନ୍ତୁ ଏହି ଟ୍ରାଫିକ ପରିସ୍ଥିତି ଓ ପୋର୍ଟ ଭେସଲ ଟ୍ରାଫିକ କୁ ଦେଖି ପୂର୍ବ ବର୍ଷ ର ଆନ୍ଦୋଳନ କଥା ମନେ ପଡୁଛି ଓ ଶେଷରେ ସଫଳତା ଦେଖି ମନକୁ ଆନନ୍ଦ ମିଳୁଛି I 
ଗତ ଦିନରେ ଆପ୍ରାଣ ଉଦ୍ୟମ କରିଥିବା ବ୍ୟକ୍ତି ସେ Prof. Prahalad Panda, En. Dayanidhi Sahu ହୁଅନ୍ତୁ ବା ଅନ୍ୟ କିଛି, ସେମାନଙ୍କ ମଧ୍ୟରୁ ଅନେକ ଆମ ସହିତ ଆଜି ନାହାନ୍ତି, ଯଦି ଥାନ୍ତେ ସେମାନଙ୍କ ଖୁସି ର ସୀମା ରହି ନଥାନ୍ତା I 
ଗୋପାଳପୁର ବନ୍ଦର ଦକ୍ଷିଣ ଓଡିଶା ପାଇଁ ବିକାଶ ର ରାସ୍ତା ଖୋଲୁ ଓ ଏଠିକାର ବେକାର ଯୁବକ ଯୁବତୀ ଙ୍କୁ ବ୍ୟାପକ କର୍ମ ସଂସ୍ଥାନ ମିଳୁ ଏହା ହିଁ ଆଶା I

ରାମ ପ୍ରସାଦ ତ୍ରିପାଠୀ 
ସଭାପତି, ଓଡିଶା ଡେଭେଲପମେଣ୍ଟ ଫୋରମ 
ବ୍ରହ୍ମପୁର




Comments

Popular posts from this blog

'Odisha Development Forum' virtual meeting held for establishment of Berhampur Airport

Adi Shakti Peeth Maa Tara Tarini- Ram Prasad Tripathy